Warning: A non-numeric value encountered in /home/debiprasadmishra/public_html/wp-content/themes/politics/admin/includes/type-reviews.php on line 187

Warning: A non-numeric value encountered in /home/debiprasadmishra/public_html/wp-content/themes/politics/admin/includes/type-reviews.php on line 187

Newspaper

ଓଡିଶା ସହିତ ସହଯୋଗିତା ପାଇଁ ଟିମ ଓଡିଶାର ସିଲିକନ ଭ୍ୟାଲି ଆମେରିକାରେ ଆଲୋଚନା : ଟେକନୋଲୋଜି ଓ ଉଦ୍ଭାବନ ସାଧାରଣ ଲୋକଙ୍କ ପାଇଁ ଅଭିବୃଦ୍ଧି ଆଣିଦେଉବୋଲି 23ତମ ବିଶ୍ଵ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଆହ୍ଵାନ l
23ତମ ଆଇ॰ଟି॰, ଇଲେକଟ୍ରୋନିକ୍ସ ଉଦ୍ଭାବନ ସମ୍ପର୍କିତ ବିଶ୍ଵର ସର୍ବବୃହତ ସମ୍ମିଳନୀ ସିଲକନ ଭାଲି, ଆମେରିକାରେ 2 ଦିନ ଧରି ଅନୁଷ୍ଠିତ ହୋଇଛି l ଏଥିରେ ପ୍ରମୁଖ ବକ୍ତା (Keynote Speaker) ହିସାବରେ 7 ତାରିଖ ଦିନ ଯୋଗଦେଇ ଓଡିଶାର ଶିଳ୍ପମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରଯୁକ୍ତି ବିଦ୍ୟାର ପ୍ରଗତି ରେ ସିଲିକନ ଭାଲି ସମେତ ସମସ୍ତ ଉଦ୍ୟୋଗୀ ଏବଂ ନବ ଉଦ୍ୟୋଗୀ (Start up Entrepreneur) ଙ୍କ ଭୂମିକାକୁ ଶ୍ରୀ ମିଶ୍ର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏହାର ଉପଯୋଗ ଭାରତ ଭଳି ବିଶ୍ଵର ଜନବହୁଳ ରାଷ୍ଟ୍ରମାନଙ୍କପାଇଁ ସାଧାରଣ ଅଭିବୃଦ୍ଧି , ନିଯୁକ୍ତି, ଆତ୍ମନିଯୁକ୍ତିର ସଂପ୍ରସାରଣ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷାଭଳି କ୍ଷେତ୍ରମାନଙ୍କର ବିକାଶ ପାଇଁ ଅଧିକତର ଉପଯୋଗୀ ହେଉ ବୋଲି ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ l ଗଲା ଶତାବ୍ଦୀର ଶେଷଭାଗରେ କମ୍ପୁଟର ଓ ଇଣ୍ଟରନେଟ କ୍ଲାଉଡ କମ୍ପୁଟିଙ୍ଗ ଓ ସୋସିଆଲ ମେଡିଆ, ଚଳିତ ଶତାବ୍ଦୀର ପ୍ରାରମ୍ଭରୁ ଏବଂ ଏବେ IOT, Data Analysts ପ୍ରଭୃତି କ୍ଷେତ୍ରରେ ବ୍ୟାପକ ଆବିଷ୍କାର ଓ ଉଦ୍ଭାବନସବୁ ଭବିଷ୍ୟତରେ ମାନବ ସମାଜକୁ ଗଭୀର ଭାବରେ ପ୍ରଭାବିତ କରିବ l ପ୍ରଯୁକ୍ତି ବିଦ୍ୟାର ଏହି ଦୌଡ଼ରେ ସବୁଠାରୁ ଆଗରେ ଥିବା ସିଲିକନ ଭ୍ୟାଲି ସଙ୍ଗେ ଓଡିଶାର ସିଧା ସଳଖ ଯୋଗସୂତ୍ର, ସଯୋଗୀତା ଓ ନିୟମିତ ବୌଦ୍ଧିକ, ଆର୍ଥିକ ଓ ପ୍ରଯୁକ୍ତି ଜ୍ଞାନର ଆଦାନ ପ୍ରଦାନ ଓଡିଶା ପାଇଁ ଶୁଭଂକର l ଏହାଦ୍ବାରା ଓଡିଶା ପରି ବିକାଶୋନ୍ମୁଖୀ ରାଜ୍ୟ ପାଇଁ ଆବଶ୍ୟକ ନିଯୁକ୍ତି ଓ ଆତ୍ମ ନିଯୁକ୍ତିର ସୁଯୋଗ, ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ମୌଳିକ ସେବାର ଉନ୍ନତି ଓ ଯୁବବର୍ଗ ମଧ୍ୟରେ ଏକ ଉଦ୍ୟୋଗୀ ମନବୃତିର ସୃଷ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହି ସନ୍ଦର୍ଭରେ ଟିମ୍ ଓଡିଶାର ସଦସ୍ୟମାନେ ଏହି ବିଶ୍ଵ ସମ୍ମିଳନୀର ସମ୍ପୂର୍ଣ ସଦୁପଯୋଗ କରି ଓଡିଶାରେ ଗଢି ଉଠୁଥିବା ଉଦ୍ୟୋଗ ଅନୁକୁଳ ବାତାବରଣ ତଥା ବିଭିନ୍ନ ସରକାରୀ ପ୍ରୋତ୍ସାହନ ସହିତ ଉଦ୍ୟୋଗୀ ଓ ପୁଞ୍ଜି ବିନିଯୋଗକାରୀଙ୍କ ପାଇଁ ରହିଥିବା ବିଭିନ୍ନ ବ୍ୟବସାୟିକ ସୁଯୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଏଥିରେ ଶିଳ୍ପ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, ଆଇ॰ଟି॰ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଶ୍ରୀ ସଞ୍ଜୟ ସିଂହ, ଇଡକୋ ପରିଚାଳନା ନିର୍ଦ୍ଦେଶକ ଇତ୍ୟାଦି ଭାଗ ନେଇଥିଲେ l ଏହାଦ୍ବାରା ଅନେକ ଶିଳ୍ପୋଦ୍ୟୋଗୀ, ପୁଞ୍ଜି ନିବେଶକାରୀ, ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞମାନଙ୍କ ମଧ୍ୟରେ ଓଡିଶା ପାଇଁ ଆଗ୍ରହ ସୃଷ୍ଟି ହେବା ସଙ୍ଗେ ସଙ୍ଗେ Sanmina Group, GE Software ଏବଂ ଅନ୍ୟ 4 ଗୋଟି କମ୍ପାନୀମାନଙ୍କର ମୁଖ୍ୟମାନେ ଖୁବ୍ ଶୀଘ୍ର ଓଡିଶା ଆସିବେ l
ଶ୍ରୀ ଦେବୀ ପ୍ରସାଦ ମିଶ୍ର ସିଲିକନ ଭ୍ୟାଲିର ଓଡିଆ ଶିଳ୍ପଦ୍ୟୋଗୀମାନଙ୍କ ସାଙ୍ଗରେ ମଧ୍ୟ ବିସ୍ତ୍ରୁତ ବିଚାର ଆଲୋଚନା କରିଥିଲେ ଓ ସ୍ଵର୍ଗତ ବିଜୁ ପଟନାୟକଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ଆୟୋଜିତ ଓଡିଶାର ବିକାଶ ଓ ବିଜୁ ବାବୁ ଶୀର୍ଷକ କର୍ମଶାଳାରେ ଭାଗନେବା ସହିତ ସ୍ଥାନୀୟ ଓଡିଆ ପରିବାରମାନଙ୍କ ଦ୍ଵାରା ପରିଚାଳିତ iGurukul ପରିଦର୍ଶନ କରିଥିଲେ

Youtube